ଭଲ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଖାଇବା ଯେତିକି ଜରୁରୀ ସେମିତି ଶୋଇବା ବି ଜରୁରୀ ହୋଇ ଥାଏ , କିନ୍ତୁ ଶୋଇବା ଆଗରୁ କିଛି କଥାକୁ ଧ୍ୟାନ ଦେବା ଉଚିତ କି ଆପଣ କେଉଁ ଭଳି ଶୋଉଛନ୍ତି ଯଦି ଆପଣ ଠିକ୍ ଭଙ୍ଗି ରେ ଶୋଇ ନଥିବେ ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ , ଭଲ ନିଦ ପାଇଁ ସଠିକ୍ ଭଙ୍ଗି ରେ ଶୋଇବା ଜରୁରି ଅଟେ । ତେବେ ଆସନ୍ତୁ ଜାଣିବା କେମିତି ଶୋଇଲେ ଆପଣ ସୁସ୍ଥ ରହିବେ ।
ସିଧା ହୋଇ ଶୋଇବା : ମେରୁ ଦଣ୍ଡ ଯନ୍ତ୍ରଣା ହେବାର କାରଣ ବହୁତ ସାଧାରଣ ଅଟେ , ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଠିକ୍ ଭଙ୍ଗି ରେ ଶୋଇବା ଦରକାର , ଏଥି ଲାଗି ଆପଣ ଯେତେବେଳେ ସିଧା ହୋଇ ଶୋଇବେ ସେତେବେଳେ ଗୋଟିଏ ତକିଆ ଆଣ୍ଠୁ ର ତଳକୁ ଓ ଅନ୍ୟ ଟିକୁ ତଳେ ଦେଇ ଶୋଇଯାଆନ୍ତୁ , ଯାହା ଦ୍ୱାରା ଆପଣଙ୍କୁ ବହୁତ ଆରାମ୍ ଲାଗିବ ।
ଗୋଡ ମୋଡି ହୋଇ ଶୋଇବା : ଯଦି ଆପଣଙ୍କ ର କାନ୍ଧଯନ୍ତ୍ରଣା ହେଉଥାଏ ତେବେ ଆପଣ ଶୋଇବା ବେଳେ ଆପଣ ଏକ ପାର୍ଶ କୁ କଡ ଲେଉଟାଇ ନିଜ ଗୋଡକୁ ଟିକେ ମୋଡି ନିଅନ୍ତୁ ଏବଂ ନିଜ ଆଣ୍ଠୁ ପାଖରେ ଏକ ତକିଆ ଦେଇ ଶୁଅନ୍ତୁ ।
ମୁଣ୍ତ ଟେକି କରି ଶୋଇବା : ଆପଣ ଙ୍କର ଯଦି ବେକ ଘାଡ ଯନ୍ତ୍ରଣା ହେଉଥାଏ ତେବେ ଆପଣ ଶୋଇବା ବାଳେ ଏକ ମୋଟା ତକିଆ ନେଇ ବେକ ଳେ ଦେଇ ଶୋଇ ଯାଆନ୍ତୁ ।
ମୁଣ୍ତକୁ ନ ହଲାଇ ଶୋଇବା : ବହୁତ ଲୋକ ମାନଙ୍କ ର ମୁଣ୍ତ ବିନ୍ଧାର ହୋଇଥାଏ ଏଥିଲାଗି ଆପଣ ଶୋଇବା ବେଳେ ସିଧା ହୋଇ ଶୋଇ ଯାଆନ୍ତୁ , ଓ ନିଜ ମୁଣ୍ତ ପାଖରେ ଦୁଇଟି ତକିଆ ରଖିଦିଅନ୍ତୁ ।
ଗୋଡରେ ତକିଆ ଦେଇ ଶୋଇବା : ମହିଳା ମାନଙ୍କ ପିରିୟର୍ଡସ ସମୟରେ ଏହି ଅସୁବିଧା ହୋଇଥାଏ , ତେଣୁ ଏହି ଅସୁବିଧା ସମୟରେ ଗୋଡ ଏବଂ ପିଠି ରେ ସେମାନେ ଯନ୍ତ୍ରଣା ଅନୁଭବ କରନ୍ତି , ଏଥି ପାଇଁ ଆପଣ ନିଜ ଆଣ୍ଠୁକୁ ତକିଆ ଲଗାଇକରି ଶୋଇପାରିବେ ।
ପେଟେଇ ଶୋଇବା : ଯଦି ଆପଣଙ୍କୁ ହାଇ ବ୍ଲଡ୍ ପ୍ରେସର ରହିଛି , ତେବେ ଆପଣ ପେଟେଇ କରି ଶୁଅନ୍ତୁ ।
ବାମ କଡ ଦେଇ ଶୋଇବା : ଆପଣଙ୍କ ପେଟର ସମସ୍ୟା ଥିଲେ ଆପଣ ବାମ ଗୋଡକୁ ମୋଡିକରି ଶୋଇବେ, ବାମ କୁ କଡେଇ ଶୋଇଲେ ଆପଣ ଙ୍କର ହଜମ ଶକ୍ତି ବଢି ଯାଇଥାଏ ।
ପିଠି ତଳେ ତକିଆ ଲଗାଇକରି ଶୋଇବା : ବେକରେ ଯନ୍ତ୍ରଣା ଅନୁଭବ ହେଉଥିଲେ , ଆପଣ ମୁଣ୍ତ ସହ ନିଜ ପିଠି ତଳେ ଓ ଗୋଡ ତଳେ ଗୋଟିଏ ତକିଆ ଦେଇକରି ଶୋଇ ଯାଆନ୍ତୁ । ଯଦି ଆପଣ ତକିଆ ଦେଇ ନ ପାରନ୍ତି , ତେବେ ଏକ ଗାମୁଛାକୁ ଗୁଡାଇ ତାକୁ ବେକ ତଳେ ଦେଇ ଦିଅନ୍ତୁ ।
ବାମ କଡେ ଲେଉଟି ସିଧା ଶୋଇବା : ଛାତି ଜଳା ପୋଡା ହେଉଥିଲେ ଶୋଇବା ବେଳେ ବାମ କଡକୁ ଲେଉଟି ସିଧା ହୋଇ ଶୁଅନ୍ତୁ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।
ଶୋଇବାର 9 ଟି ଉପାୟ ଯାହା ଆପଣଙ୍କ ସ୍ୱାସ୍ଥ୍ୟ କୁ ସବୁ ଅସୁବିଧା ରୁ ଦୂର କରିଦେବ କରିଦେବ ଆପଣଙ୍କୁ ପୁରା ସ୍ୱାସ୍ଥ୍ୟବାନ
